An honest and legitimate prayer to Honourable Chairman Sir, OPSC

An honest and legitimate prayer to Honourable Chairman Sir, OPSC

୧) ୨୦୧୯ OAS ର ଚୂଡାନ୍ତ ଫଳ ପ୍ରକାଶ ନ କରି ୨୦୨୦ OAS ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିବା କେତେ ଯୁକ୍ତିଯୁକ୍ତ ?

ଗତ ୨୦୧୮ OAS ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବା ପରେ ଯାଇ ୨୦୧୯ OAS ପ୍ରକ୍ରିୟା ଆରମ୍ଭ ହେବାର ନୂଆ ପ୍ରଥା ସୃଷ୍ଟି ହୋଇଥିଲା । UPSC ମଧ୍ୟ ଏପରି ପ୍ରଥା ଗ୍ରହଣ କରନ୍ତି ।

2019 OAS process ମଝିରେ 2020 OAS exam କଲେ ଅନେକ ଆଶାୟୀ 2019ର OAS କୃତକାର୍ଯ୍ୟ ପ୍ରାର୍ଥୀଙ୍କ ପାଇଁ ସୁଯୋଗ ହରାଇବେ । ପୁଣି ଯେହେତୁ OAS ରେ attempt ସର୍ବାଧିକ 4 ଟି ତେଣୁ ଏପରି ସୁଯୋଗରୁ ଜାଣିଶୁଣି ବଞ୍ଚିତ କରିବା ଦୁର୍ଭାଗ୍ୟଜନକ

୨) 2020 IAS interview ଦିଲ୍ଲୀରେ ଚାଲୁଥିବା ବେଳେ 2020 OAS preliminary exam ଓଡିଶାରେ ହେବା କେତେ ଯଥାର୍ଥ ? ଏହା ଅନେକ IAS ସାକ୍ଷାତକାର ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନାବଶ୍ୟକ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଭାରତୀୟ ସ୍ତରରେ ସାକ୍ଷାତକାର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ବ୍ୟାହତ କରୁଛି । କିଛି ପ୍ରାର୍ଥୀ ବାଧ୍ୟ ହୋଇ ପୁଣି ଦିଲ୍ଲୀରୁ ଫେରି ଏଠାରେ OAS prelim ଦେଇ IAS interview ପାଇଁ ପୁନଶ୍ଚ ଦିଲ୍ଲୀ ଯିବେ । ଯାହା ତାଙ୍କର ପ୍ରସ୍ତୁତିକୁ ବ୍ୟାହତ କରିବା ସହ covid ସଂକ୍ରମଣର ଆଶଙ୍କା ବଢାଇଦେଇ ତାଙ୍କ ସ୍ୱପ୍ନକୁ ଚୁରମାର କରିପାରେ ।
ଏଥିପାଇଁ ଅନେକ IAS ଯୋଗ୍ୟ ପ୍ରାର୍ଥୀ Covid ଓ ନିଜର ଏକାଗ୍ରତା ହରାଇବା ଭୟରେ OAS ପରୀକ୍ଷା ଦେବାରୁ ନିବୃତ ରହିବାକୁ ବାଧ୍ୟ ହେବେ ।

*ଏହା ଜଣେ ମେଧାବୀକୁ ନିଜର ମେଧା ପାଇଁ ଦଣ୍ଡିତ କରିବା ସଦୃଶ*

ଏପରି ଦୂରଦୃଷ୍ଟିହୀନ ନିଷ୍ପତ୍ତି ନେଇ ଜିଦରେ ଆମେ IAS ପାଇବା ଭଳି ଯୋଗ୍ୟ ପିଲାଙ୍କ ପାଇଁ ଓଡିଶା ପ୍ରଶାସନିକ ସେବା ରେ ପ୍ରବେଶ ଦ୍ୱାର ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଏଥିପାଇଁ ଅନେକ ଦିନ ଆଗରୁ ଅନେକ ପ୍ରାର୍ଥୀ ଅନେକ ଉପାୟରେ OPSC ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରିଆସୁଛନ୍ତି । ଆଶା ଆପଣଙ୍କ ମାଧ୍ୟମରେ Chairman Sir ଏହି ପ୍ରାର୍ଥନର ଯଥାର୍ଥତା ବୁଝି Aug 27 ର exam କୁ ସ୍ଥଗିତ ରଖି ପ୍ରଥମେ 2019 Exam ପ୍ରକ୍ରିୟା ସମାପ୍ତ କରି ତା ପରେ 2020 ପ୍ରକ୍ରିୟା ଆରମ୍ଭ କରିବେ ।

honestlegitimateprayer

Post a Comment

0 Comments